ପାଗଳ ପ୍ରେମୀ...


ଦିନ କଟିଯାଏ ବିତିଯାଏ ରାତି
ପ୍ରେମରେ ପାଗଳ ମୁଁ ପ୍ରେମକୁ ଖୋଜୁଛି
ପ୍ରେମ ଦିନେ ଥିଲା ମୋ ହୃଦୟର ଆଶା
କିନ୍ତୁ ସିଏ ଭାଙ୍ଗିଦେଲା ମୋ ମନ ଭରଷା
ଭଲ ପାଉଥିଲି ହୃଦୟଠୁ ମୋର
ଆପଣାର ହୋଇ ପୁଣି କରିଦେଲା ପର
ପ୍ରତାରଣା ଦେଲା ସିଏ ପ୍ରେମରେ ନିଜର
ଭାଙ୍ଗି ଚୁନା କଲା କାଚ ମନକୁ ଯେ ମୋର
ପ୍ରେମ ପ୍ରଜାପତି ଡେଣା ଦେଲା ସିଏ କାଟି
ଉଡିବାକୁ ଚାହିଁ ସଦା ପଡୁଛି ମୁଁ ଲୋଟି
ତା ପ୍ରେମେ ପାଗଳ ଆଜି ହୋଇଛି ମୁଁ ଯାଇ
ଭୁଲିବାକୁ ଚେଷ୍ଟା କରି ଭୁଲି ପାରୁନାହିଁ
ସରଳ ହୃଦୟେ ପୁଣି ସର୍ବୋଚ୍ଚ ଆସନ
ତାକୁ ଦେଇଥିଲା ଦିନେ ମୋର ମନ
ମନ ମୋର ଥିଲା ଏକ ସାଧା ଉଡା ପକ୍ଷି
ପ୍ରତାରଣା ଦେଇ ଡେଣା ଦେଲା କାଟି
ତଥାପି ପାରୁନି ଭୁଲି ସେ ତା ପ୍ରେମିକା ଖୋଜୁଛି
ଖୋଜି ସୁଧା ନପାଇ ପାଗଳ ପ୍ରେମିକ ସାଜିଛି...

Comments

Popular posts from this blog

Secure Your Future: Live a Financial Stress Free Life

The Alchemist: My Favourite Quotes

Why I should not vote for Modi, question to all Modi haters