Posts

Showing posts from June, 2007

ନିଦ ହଜିଯିବାର ବେଳ...

ସମୟ ଘଡିରେ ସମୟ ବର୍ତମାନ ୧୨ ଟା ବାଜିଲାଣି | ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଗରମ ଦାଉରୁ ଛାତ ଉପରେ ଖଟିଆ ପକେଇ ଏପଟ ସେପଟ ହୋଇ ଶୋଇବାକୁ ଚେଷ୍ଟା କରୁଛି ସମୟ | ଆକାଶର ଜହ୍ନ ଠିକ୍ ମୁଣ୍ଡ ଉପରେ | ଖରାଦିନର ନିର୍ମଳ ଆକାଶର ତୋଫା ଜହ୍ନ , ଏହି ସମୟର ପରିସ୍ଥିତି ସମୟର ନିଦ ଚୋରାଇ ନେଇଛି | ହଜିଯାଇଛି ତା ନିଦ ସ୍ୱପ୍ନର ଭାବନା ବୁକୁରେ | ଖୋଜିବାକୁ ଚେଷ୍ଟା କରିବି ପାଇ ପାରୁନି ସମୟ | ସମୟ ଗଡି ଚାଲିଛି , ନିଦ ଆହୁରି ଗଭିରତା କୁ ହଜିଯାଉଛି | କେତେ ଚେଷ୍ଟା କରିବି ପାଇପାରୁନି ସମୟ | କେବଳ ଏପଟ ସେପଟ ହୋଇ ଆଖି ବନ୍ଦ କରି ପଡିରହିଛି | ହଜିଯାଇଥିବା ନିଦକୁ ପାଇଜିବାର ମିଛ ଅଭିନୟ କରୁଛି | ଯେତେବେଳେ ଆଖି ଖୋଲିଦଉଛି ଏବଂ ଧପ୍ କିନା ଦେଖି ଦଉଛି ସେ ନିର୍ମଳ ଆକାଶର ତୋଫା ଜହ୍ନ , ସିନେମାର ଫ୍ଳାସବ୍ୟାକ ପରି ମନେପଡିଯାଉଛି ତା ପୁରୁଣା ଇତିହାସ ସବୁ , ଯାହାକୁ କି ସମୟ ସମୟର କରାଳ ଗତିରେ ଭୁଲିବାକୁ ଚେଷ୍ଟା କରିବି ପାରୁନି ବରଂ ସେ ଅତିତ ର ବାସ୍ତବ କୁ ହଜାଇବାକୁ ଚେଷ୍ଟା କରି ହଜେଇ ବସୁଛି ବର୍ତମାନର ନିଦକୁ | ଏମିତି ସମୟରେ ଯେତେ ଚେଷ୍ଟା କଲେ ବି ରୋକି ପାରେନି ସେହି ଅତିତ ଇତିହାସ ର କରୁଣ ଆଳାପ | ଗୋଟି ଗୋଟି କରି ମନେ ପଡି ଯାଉଛି ସମୟ ର ଗତି ରେ ଘଟିଯାଇଥିବା ସମୟର ଇତିହାସ ସବୁ | ସେହି କଲେଜ କଥା, ମନର ମାନସି ସୀମା କଥା ଯିଏକି ସମୟର ଅସୀମ ସୀମା ଭିତରକୁ ଚାଲି ଆସିଥିଲା ସୀମାହିନ ସୀମା ହୋଇ |