Posts

Showing posts from January, 2011

ପ୍ରେମ ସାସ୍ୱତ, ପ୍ରେମ ଅମର...

ମହାବିଦ୍ୟାଳୟର ଯୁକ୍ତ ୩ କକ୍ଷ୍ୟ | ଛାତ୍ର ଛାତ୍ରୀ ସଂଙ୍ଖ୍ୟା ୨୨୪, ଛାତ୍ର ୧୫୦ ଏବଂ ଛାତ୍ରୀ ୭୪ | ସେହି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କେହି ତ ପ୍ରଫେସର୍ ର ପୁଅ, କିଏ ତ କଲେକ୍ଟର ର୍ ଝିଅ, କିଏ ତ ବଡ ବ୍ୟବସାୟୀ ର ପୁଅ ତ କିଏ ହଲ୍ ମାଲିକର ଝିଅ ଆଉ କିଏତ ପାଖ ମଫସଲର ଗାଉଂଳିଆ ନିମ୍ନ ମଧ୍ୟବିତ ପରିବାରର ପୁଅ କିମ୍ବା ଝିଅ | କିଏ କେଉଂ ଲକ୍ଷ୍ୟ ନେଇ ଆସିଥାଏ କଲେଜ | କିଏ ଆସିଥାଏ ଟାଇମ୍ ପାସ୍ କରିବାକୁ, କିଏ ଆସିଥାଏ ଗୁଣ୍ଡାମି କରିବାକୁ, କିଏ ଆସିଥାଏ ନିଜ ଜି.ଏଫ୍ କିମ୍ବା ବି.ଏଫ୍ ସହ ରୋମାନ୍ସ୍ କରିବାକୁ ତ କିଏ ଆସିଥାଏ ପାଠ ପଢି ଭଲ ମଣିଷଟିଏ ହେଇ ବାପା ମା ଙ୍କର ସ୍ୱପ୍ନ ସାକାର କରିବାକୁ| କିନ୍ତୁ ପାଠ ପଢିବା ଗୋଷ୍ଠିଙ୍କ ସଙ୍ଖ୍ୟା ବହୁତ୍ କମ୍| ପ୍ରାୟତଃ ଏହି ଗୋଷ୍ଠିରେ ପାଖ ମଫସଲରୁ ଆସିଥିବା ପିଲା ମାନେ ହି ସାମିଲ | ସେମାନେ ଆସିଥାନ୍ତି ପାଠପଢି ବଡମଣିଷ ହୋଇ ବାପା ମା ଙ୍କ ସହ ନିଜ ସ୍ୱପ୍ନ କୁ ସାକାର କରିବାକୁ | ପ୍ରଦୀପ ସମସ୍ତଙ୍କ ପରି ସେ ବି ଏ ଗୋଷ୍ଠିର ଛାତ୍ର, କିନ୍ତୁ ସମସ୍ତଙ୍କ ଠାରୁ ଅନନ୍ୟ | ସିଏ ସାରା କଲେଜ ରେ ସମସ୍ତଙ୍କଠାରେ ସୁପରିଚିତ ତାର ନମ୍ର ବିନୟ ଏବଂ ସରଳ ବ୍ୟବହାର ପାଇଁ | କେବେଳ ସେତିକି ନୁହେଁ ସେ କଲେଜର ଜଣେ କୃତି ଛାତ୍ର, ସବୁବେଳେ ଶ୍ରେଣିରେ ପ୍ରଥମ ଆସେ | ସେ କଲେଜର ଜଣେ ଅପ୍ରତିଦ୍ୱନ୍ଦି ଛାତ୍ର | ତାକୁ ପାଠରେ ପ୍ରତିଦ୍ୱନ୍ଦି କରିଲା ପରି କଲେଜ ରେକେହି ଜଣେ ବି ନାହିଁ |