ମହାବିଦ୍ୟାଳୟର ଯୁକ୍ତ ୩ କକ୍ଷ୍ୟ | ଛାତ୍ର ଛାତ୍ରୀ
ସଂଙ୍ଖ୍ୟା ୨୨୪, ଛାତ୍ର ୧୫୦ ଏବଂ ଛାତ୍ରୀ ୭୪ | ସେହି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କେହି ତ
ପ୍ରଫେସର୍ ର ପୁଅ, କିଏ ତ କଲେକ୍ଟର ର୍ ଝିଅ, କିଏ ତ ବଡ ବ୍ୟବସାୟୀ ର ପୁଅ ତ କିଏ ହଲ୍ ମାଲିକର
ଝିଅ ଆଉ କିଏତ ପାଖ ମଫସଲର ଗାଉଂଳିଆ ନିମ୍ନ ମଧ୍ୟବିତ ପରିବାରର ପୁଅ କିମ୍ବା ଝିଅ | କିଏ କେଉଂ
ଲକ୍ଷ୍ୟ ନେଇ ଆସିଥାଏ କଲେଜ | କିଏ ଆସିଥାଏ ଟାଇମ୍ ପାସ୍ କରିବାକୁ, କିଏ ଆସିଥାଏ ଗୁଣ୍ଡାମି
କରିବାକୁ, କିଏ ଆସିଥାଏ ନିଜ ଜି.ଏଫ୍ କିମ୍ବା ବି.ଏଫ୍ ସହ ରୋମାନ୍ସ୍ କରିବାକୁ ତ କିଏ ଆସିଥାଏ
ପାଠ ପଢି ଭଲ ମଣିଷଟିଏ ହେଇ ବାପା ମା ଙ୍କର ସ୍ୱପ୍ନ ସାକାର କରିବାକୁ| କିନ୍ତୁ ପାଠ ପଢିବା
ଗୋଷ୍ଠିଙ୍କ ସଙ୍ଖ୍ୟା ବହୁତ୍ କମ୍| ପ୍ରାୟତଃ ଏହି ଗୋଷ୍ଠିରେ ପାଖ ମଫସଲରୁ ଆସିଥିବା ପିଲା ମାନେ
ହି ସାମିଲ | ସେମାନେ ଆସିଥାନ୍ତି ପାଠପଢି ବଡମଣିଷ ହୋଇ ବାପା ମା ଙ୍କ ସହ ନିଜ ସ୍ୱପ୍ନ କୁ
ସାକାର କରିବାକୁ | ପ୍ରଦୀପ ସମସ୍ତଙ୍କ ପରି ସେ ବି ଏ ଗୋଷ୍ଠିର ଛାତ୍ର, କିନ୍ତୁ ସମସ୍ତଙ୍କ ଠାରୁ
ଅନନ୍ୟ | ସିଏ ସାରା କଲେଜ ରେ ସମସ୍ତଙ୍କଠାରେ ସୁପରିଚିତ ତାର ନମ୍ର ବିନୟ ଏବଂ ସରଳ ବ୍ୟବହାର
ପାଇଁ | କେବେଳ ସେତିକି ନୁହେଁ ସେ କଲେଜର ଜଣେ କୃତି ଛାତ୍ର, ସବୁବେଳେ ଶ୍ରେଣିରେ ପ୍ରଥମ ଆସେ |
ସେ କଲେଜର ଜଣେ ଅପ୍ରତିଦ୍ୱନ୍ଦି ଛାତ୍ର | ତାକୁ ପାଠରେ ପ୍ରତିଦ୍ୱନ୍ଦି କରିଲା ପରି କଲେଜ
ରେକେହି ଜଣେ ବି ନାହିଁ | ସେ କିନ୍ତୁ ଆସେ ପାଖ ମଫସଲର ଏକ୍ ନିରିହ ଗରିବ ପରିବାରରୁ | ପରିବାର
କହିଲେ ସେ ଏବଂ ତାରି ମାଁ | ମାଁ ତାର ଅନ୍ୟଘରେ ମୂଲଲାଗି ଜାହା ଟିକେ ପାଏ ସେଥିରେ ଘର ଚଳେ |
ଏମିତିରେ ମଧ୍ୟ ସ୍ଥୁଳ ଇଚ୍ଛାଶକ୍ତି ଉଚ୍ଚଆଶା ଆଉ କଠିନ ପରିଶ୍ରମ ଦ୍ୱାରା ପ୍ରଦୀପ ଆଜି
ପହଞ୍ଚିଛି ଏହି ମହାବିଦ୍ୟାଳୟରେ | ସେ ଅତ୍ୟନ୍ତ ମେଧାବି କିନ୍ତୁ ଆଜିର ଏ ପ୍ରତିଦ୍ୱନ୍ଦି
ସମାଜରେ ଚଳିବାକୁ ହେଲେ ମୌଳିକ ଆବଶ୍ୟମତା ହେଲା ଟଙ୍କା ଟଙ୍କା ଆଉ ଟଙ୍କା, ଯେଉଂଥିରେ ସେ
ସମ୍ପୁର୍ଣ ଗରିବ | ଦିନେ ଦିନେ ପଇସା ଅଭାବରୁ କଲେଜ ବି ଆସିପାରେନି ପ୍ରଦୀପ | ଏ ଥିଲା ପ୍ରଦୀପ
ର ପରିଚୟ |
ଜ୍ୟୋତି,
ଜ୍ୟୋତିର୍ମୟୀ ଚୌଧୁରୀ, କଲେଜ ଅଧ୍ୟକ୍ଷ ବିଘ୍ନରାଜ ଚୌଧୁରୀଙ୍କ ଏକମାତ୍ର ଅଲିଅଳି କନ୍ୟା | ସେ
ବି ପଢେ ସେହି ପ୍ରଦୀପ ର ଶ୍ରେଣିରେ | ଉଚ୍ଚ ବଂଶ ଉଚ୍ଚ ଆଭିଜାତ୍ୟ ତଥାପି ତା ବ୍ୟବହାର ସରଳ
ନମ୍ର ଏବଂ ପାଠରେ ବି କୌଣଷି ଗୁଣରେ କମ ନୁହଁ | ମନରେ ଟିକିଏ ବି ଗର୍ବ ନାହିଁ ତାର ଉଚ୍ଚ ବଂଶ
ଏବଂ ଆଭିଜାତ୍ୟ ପାଇଁ | କିନ୍ତୁ ତା ବାପା ମାନେ ବିଘ୍ନରାଜ ପାଣିଗ୍ରାହି ଠିକ ତାର ଓଲଟା |ନିଜର
ବଂଶ ଆଉ ଆଭିଜାତ୍ୟ ପାଇଁ ସବୁବେଳେ ମନରେ ଗର୍ବ | କଲେଜର ଅନ୍ୟମାନଙ୍କୁ ଘୃଣ୍ୟ ଚକ୍ଷୁରେ
ଦେଖନ୍ତି ସେ, ତାଙ୍କ ହୃଦୟ ଅହଂ ଭାବରେ ପରିପୁର୍ଣ | ଏ ଥିଲା ଜ୍ୟୋତି ଏବଂ ତା ପରିବାର ର ପରିଚୟ
|
ଶିକ୍ଷ୍ୟାବର୍ଷ
ଆରମ୍ଭ ହେଲା, ପିଲାଙ୍କ କଲେଜ ଆସିବା ଆରମ୍ଭ ହେଲା, ପଢା ପଢି ବି ଆରମ୍ଭ ହେଲା, ଅନ୍ତତଃ
ଯେଉଂମାନେ ଆସନ୍ତି ସେମାନଙ୍କ ପାଇଁ | ସବୁ ଶିକ୍ଷ୍ୟକଙ୍କ ସବୁ ପ୍ରଶ୍ନର ଉତ୍ତର ଥାଏ ପ୍ରଦୀପ
ପାଖରେ | ସାଙ୍ଗପିଲାଙ୍କଠୁ ଆରମ୍ଭ କରି ବେଳେବେଳେ ଶିକ୍ଷ୍ୟକ ମାନଙ୍କୁ ମଧ୍ୟ ସାହାଯ୍ୟ କରେ ସେ
| ତାର ଏହି ସ୍ୱଭାବ ପାଇଁ ଶ୍ରେଣି ର ପ୍ରାୟ ସବୁ ଝିଅ ତାକୁ ପସନ୍ଦ କରନ୍ତି | ଆଇ ଜ୍ୟୋତି
କେମିତି ଦୁରେଇ ଜାଆନ୍ତ ଏଇଥିରୁ | ସେ ବି ଧିରେ ଧିରେ ପ୍ରଦୀପ ଆଡକୁ ଆକର୍ଶଣ ହେବାରେ ଲାଗିଲା,
ତେଣୁ ସେ ସବୁବେଳେ ପ୍ରଦୀପ ସହ ଅଧିକରୁ ଅଧିକ ମିଶିବାକୁ ଚେଷ୍ଟାକରେ କିନ୍ତୁ ସବୁ ସମୟରେ
ପ୍ରଦୀପ ତାଠାରୁ ଦୁରେଇ ଯିବାକୁ ଚେଷ୍ଟାକରେ କାରଣ ନିଜର ଦାରିଦ୍ର୍ୟତା ଯୋଗୁଂ ସେ ନିଜକୁ ନିମ୍ନ
ମନେ କରେ ଏବଂ ଅନ୍ୟମାନଙ୍କ ସହ ଖୁବ କମ ମିଶେ ଏମିତିକି ସେ ଝିଅ ମାନଙ୍କସହ ଆଦୌ ମିଶେ ନାହିଁ |
ପ୍ରଦୀପ ର ଏ ମନଭାବ ଜ୍ୟୋତି ମନରେ ଶୃଷ୍ଟି କରେ ଦୁର୍ବଳତା ପ୍ରଦୀପ ପ୍ରତି | ଏହି ଦୁର୍ବଳତା
ଧିରେ ଧିରେ ଜ୍ୟୋତି ମନରେ ପ୍ରଦୀପ ପ୍ରତି ପ୍ରେମର ରୁପ ନେବାରେ ଆରମ୍ଭ କରିଲାଣି | ଏହି ମଧ୍ୟରେ
ବାରମ୍ବାର ଚେଷ୍ଟା କରି କିଛିମାତ୍ରାରେ ସକ୍ଷ୍ୟମ ହୋଇଛି ଜ୍ୟୋତି ପ୍ରଦୀପ କୁ ନିଜଆଡକୁ ଆକର୍ଷଣ
କରିବାରେ | ପ୍ରଦୀପ ଜ୍ୟୋତି ସହ ମିଶିବା ଆରମ୍ଭ କରିଛି କିନ୍ତୁ ସେ କେବଳ ସାଙ୍ଗ୍ ଭାବ୍ଅରେ ହିଁ
ମିଶେ | ସେ ସମ୍ପୁର୍ଣ ଅଜ୍ଞ ଜ୍ୟୋତି ମନରେ ତାପାଇଁ କୁହୁଳିଥିବା ପ୍ରେମ ପ୍ରତି | କିନ୍ତୁ
ଜ୍ୟୋତି ର ବ୍ୟଭାରରୁ ତା ସାଙ୍ଗମାନେ ଜାଣିପାରିଲେ ତା ମନ କଥା ଆଉ ତା ମନର ବ୍ୟଥା | ପ୍ରଦୀପ
ମଧ୍ୟ ଧିରେ ଧିରେ ଜାଣିବାକୁ ପାଇଲା ଜ୍ୟୋତି ତାକୁ ଭଲପାଏ ବୋଲି କିନ୍ତୁ ତା ମନରେ କଣ ଅଛି
କାହାକୁ ବି ଜଣା ନଥିଲା | କଲେଜରେ ତ କୌଣଷି କଥା ଲୁଚି ରହିବା ଯେମିତି ଅସମ୍ଭବ, ଏହି ଏକଙ୍ଗି
ପ୍ରେମ କାହାଣି ମଧ୍ୟ ବ୍ୟାପିଗଲା କଲେଜ ସାରା, ଯେହେତୁ ଜ୍ୟୋତି ଅଧ୍ୟକ୍ଷ୍ୟଙ୍କ ଝିଅ କାହାରି
ମନରେ ସଙ୍କୋଚ ବି ନଥିଲା କି ପ୍ରଦୀପ ମନରେ କଣ ଅଛି | ତେଣୁ ଛୁଟି ଚାଲିଲା ଏ ଖବର ଏବଂ ପାଲଟି ଗଲା କଲେଜ ର ମୂଖ୍ୟ ସମ୍ବାଦ | ଜ୍ୟୋତିର
ବାପା ମାନେ ବିଘ୍ନରାଜ ବାବୁଙ୍କ କାନରେ ବି ବାଜିଲା ଏ ସମ୍ବାଦର ନିର୍ନାଦ, କିନ୍ତୁ
ପ୍ରତ୍ୟକ୍ଷ୍ୟ ପ୍ରମାଣ ଅଭାବରୁ ସେ ଚୁପ ଥିଲେ ଏବଂ ସୁଯୋଗକୁ ଚାହିଁରହିଥିଲେ | କିନ୍ତୁ ଏହି ସମୟ
ମଧ୍ୟରେ ଜ୍ୟୋତି ଆଉ ପ୍ରଦୀପର ପ୍ରେମର କୁହେଳିକା ବଢିଚାଲିଛି ଜ୍ୟୋତି ର ହୃଦୟରେ | ପ୍ରଦୀପର
ମନରେ ବି ଜ୍ୟୋତି ପାଇଁ ଧିରେଧିରେ ଜାଗିଉଠିଛି ପ୍ରେମ ତା ଅଜାଣତରେ କିନ୍ତୁ ପ୍ରକାଶ କରିବାକି
ତା ହୃଦୟରେ ନାହିଁ ସାହାସ କେବଳ ଡର ଅଛି ଜ୍ୟୋତିର ବଂଶ ଆଉ ଆଭିଜାତ୍ୟ ପାଇଁ | ତଥାପି ଏକ
ବନ୍ଧୁରୁପରେ ମିଶେ ସେ ଜ୍ୟୋତି ସହ, ଜାଣିବାକୁ ଦିଏନି ତା ମନକଥା |
ଏମିତିରେ
ଜ୍ୟୋତିର ଜନ୍ମଦିନ ଆସିଛି | ସେ ତାର ସମସ୍ତ ସାଙ୍ଗକୁ ଆମନ୍ତ୍ରଣ କରିଛି ଏପରିକି ପ୍ରଦୀପ କୁ
ମଧ୍ୟ (ପ୍ରଦୀପ କୁ ଆମନ୍ତ୍ରଣ କିପରି ନକରିବ, ସେପା ପ୍ରଦୀପ କୁ ନିଜଠୁ ଅଧିକ ଭଲପାଇବାରେ
ଲାଗିଛି, ପ୍ରଦୀପ ବିନା ଜ୍ୟୋତିର ସ୍ଥିତି ଶୂନ୍ୟ) | ସାଙ୍ଗମାନେ ଜ୍ୟୋତିପାଇଁ କେତେକଣ ଉପହାର
କିଣିବାରେ ବ୍ୟସ୍ତ, କିଏତ ତାଜମହଲ ର ଅବିକଳ ନକଲ ଦେଇ ତା ମନ ଜିଣିବାରେ ବ୍ୟସ୍ତ ଆଉ କିଏତ
ରଙ୍ଗବେରଙ୍ଗରେ ସୁସଜ୍ଜିତ ମୂଲ୍ୟବାନ ଉପହାର କିଣିବାରେ ବ୍ୟସ୍ତ | ସେହିପରି ପ୍ରଦୀପ ମଧ୍ୟ
ବ୍ୟସ୍ତ କିନ୍ତୁ ଉପହାର କିଣିବାରେ ନୁହଁ ବରଁ କେମିତି ଉପହାର କିଣିବ ଆଉ କି ଉପହାର କୀଣିବ ସେହି
ଚିନ୍ତାଧାରା ରେ କାରଣ ଆଜିବି ତା ମନର ମାନଷି, ହୃଦୟର ପୀୟଷି ର ଜନ୍ମଦିନରେ ଉପହାର ଦେବାପାଇଁ
ତା ପକେଟ ରେ ଅଛି ମାତ୍ର ଦଶଟଙ୍କା | ସେ ସେତିକିରେ ଜ୍ୟୋତିର ମନକୁ ପାଇଲା ଭଳି କି ଉପହାର
କିଣିବ ସେ କଥା ଭାବି ଭାବି ବହୁତ କାନ୍ଦିଛି | ଜ୍ୟୋତି ଗୋଟେ କୋଟିପତି ଘରର ଝିଅ ତଥାପି ଭଲପାଏ
ପ୍ରଦୀପ କୁ ତେଣୁ ଅନ୍ତତଃ ତା ଜନ୍ମଦିନରେ ତ ଭଲ ଉପହାରଟିଏ ଦେଇପାରିଥାନ୍ତ ଏ କଥା ବାରମ୍ବାର
ଭାବି ନିଜକୁ ଧିକ୍କାର କରୁଛି | ବହୁତ ସମୟ ଭାବିଲା ପରେ କିଣିଛି ଗୋଟେ ରଙ୍ଗିନ୍ କାଗଜ ଆଉ
ଲଫାପାଟିଏ |ଏହା ତାର ବହୁତ ସାଙ୍ଗ ଦେଖିଛନ୍ତି, ଅନେକ ପରିହାସ କରି ଚାଲିଜାଇଛନ୍ତି ତ ପ୍ରେମର
ସଜ୍ଞା ବୁଝୁଥିବା କେହି ସାଙ୍ଗ ସାହାଯ୍ୟରହାତ ବଢାଇଛନ୍ତି | କିନ୍ତୁ ପ୍ରଦୀପ ଜଣେ
ଆତ୍ମସ୍ୱାଭିମାନୀ ତେଣୁ କାହାର ଦୟାରପାତ୍ର ନହୋଇ ପ୍ରତ୍ୟାକ୍ଷ୍ୟାନ୍ କରିଦେଇଛି |
ତାପରଦିନ ସମସ୍ତେ ଜାଇଛନ୍ତି ଯ୍ୟୋତି ଘରକୁ ତା ଜନ୍ମଦିନ
ପାଇଁ |ସମସ୍ତେ ପହଞ୍ଚି ଗଲେଣି, ବିଘ୍ନରାଜ ବାବୁଙ୍କର ମଧ୍ୟ ବିଭିନ୍ନ ମହଲର ବନ୍ଧୁବର୍ଗ ସବୁ
ଆସିଗଲେଣି | ପାର୍ଟି ଜୋରସୋରରେ ଆରମ୍ଭହେଲାଣି, ଧ୍ୱନି ପ୍ରଦୂଷଣ କରୁଥିବା ବୋକା ବାକ୍ସର
ଶବ୍ଦରେ ସମସ୍ତେ ନାଚି ଚାଲିଛନ୍ତି କିନ୍ତୁ କୋଟିପତି ଝିଅର ମନରେ ଟିକେ ବି ଖୁସି ନାହିଁ, ତାରି
ଆଖି ଏ ସମସ୍ତଙ୍କଠୁ ଦୁରରେ କାହାକୁ ଖୋଜିବୁଲୁଛି, କାହାରି ଆସିବା ବାଟକୁ ଚାହିଁ ରହିଛି | ସମୟ
ଅତିବାହିତ ହେବାରେ ଲାଗିଲାଣି, କିନ୍ତୁ ସେ କାହାର ଅନୁପସ୍ଥିତି ଅନୁଭବ କରୁଛି, ସେ ଅନୁପସ୍ଥିତି
ଆଉ କାହାର ନୁହଁ ପ୍ରଦୀପର, ସେ କେତେ ଭଲନପାଏ ପ୍ରଦୀପକୁ, ସେ ଆସିନି ବୋଲି ତା ଆଖି ଛଳଛଳ, ତା
ମନ ଦୁର୍ବଳ ଆଉ ହୃଦୟ ଭାଙ୍ଗି ପଡିଛି, ଏ ସୁର ଝଙ୍କାରର ତାଳ, ଅଙ୍ଗସାଥି ମାନଙ୍କ ଉପସ୍ଥିତି,
ବନ୍ଧୁବର୍ଗଙ୍କ ଉପହାର ମଧ୍ୟ ତା ମନକୁ ଭୁଲାଇ ପାରୁନି | ସେ ଏପରିକି ମନରେ ମନରେ ସ୍ଥିର
କରିସାରିଛି, ପ୍ରଦୀପ ନଆସିଲେ କେକ ଆଉ କାଟିବନି, ତାଜନ୍ମଦିନ ଆଉ ପାଳିବନି କାରଣ ସେ ପ୍ରଦୀପ କୁ
ଜିବନଦେଇ ଭଲପାଏ, ପ୍ରଦୀପ ବିନା ଜ୍ୟୋତି ର କୌଣଷି ମୂଲ୍ୟନାହିଁ | ହଠାତ ଏ ସମୟରେ ପ୍ରଦୀପ
ଆସିଛି ମଳିମୁଣ୍ଡିଆ ବେଶରେ, ଝାଳରେ ଜୁଡୁବୁଡୁ, ଅମିତି ଦେଖାଜାଉଛି ଜେମିତିକି ସେ ଜଙ୍ଗଲରୁ ଏହି
ସାଙ୍ଗେସାଙ୍ଗେ ଗଛକାଟି ଫେରିଛି | କୋଟିପତି ଘରର ଏ ଜାକଜମକ ଆଉ ରଙ୍ଗିନ୍ ଆଲୋକ ଭିତରେ ଏମିତି
ଏକ୍ ଦୃଶ୍ୟଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଜାଇଛନ୍ତି | କିନୁ ପ୍ରଦୀପ୍କୁ ଦେଖି ଭଙ୍ଗିଜାଉଥିବା
ଜ୍ୟୋତି ର ହୃଦୟ ଜେମିତି ଜାଦୁଗରି ର ମଲମର ଲେପରେ ଗଢିଜାଇଛି, ଦୁର୍ବଳ ମନତାର ପୁଣି ସୁଦୃଢ
ହୋଇଜଇଛି, ତା ଲିଭିଲା ହସ ଫୁଟି ଉଠିଛି ଆଉ ହଜିଲା ଖୁସି ଫେରିଆସିଛି | ସେ ସାଙ୍ଗେ ସାବ୍ଗେ କେକ
କାଟି ଆଣି ପ୍ରଦୀପ ପାଟିରେ ଦେଇଦେଇଛି | ସେ ଜେମିତି ସମ୍ପୁର୍ଣ ଅଜ୍ଞ ତା ପରିବେଶ ପ୍ରତି,
ଭୁଲିଜାଇଛି ତା ଚାରିପଟ ସମାଜ ପ୍ରତି, ଭୁଲିଜାଇଛି ତା କୋଟିପତି ବାପାକୁ, ଦୌଡି ଯାଇଛି ପ୍ରଦୀପ
ପାଖକୁ | ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ କାରଣ ପାଖରେ କୋଟିପତି ବାପା ଥାଉଥାଉ ଜ୍ୟୋତିର ମନରେ
ଟିକେ ବି ଧନ, ବଂଶ ଆଉ ଆଭିଜାତ୍ୟର ଲୋଭ ନାହିଁ | କିନ୍ତୁ ବିଘ୍ନରାଜ ବାବୁଙ୍କର ପାଦତଳର ମାଟି
ଖସିପଡିଛି, ମୁଣ୍ଡ ଉପରର ଆକାଶ ଛିଡି ପଦିଛି | ସେ ଯେଉଁ ସୁଯୋଗକୁ ଚାହିଁଥିଲେ ପାଇଛନ୍ତି
କିନ୍ତୁ ଏଠି ଯାହାଦେଖିଲେ ସେ ଅବାକ ହୋଇ ଚାହିଁ ରହିଗଲେ, କାରଣ ଏଠି ତାଙ୍କ ନିଜ ଅଲିଅଳି ଝିଅ
ଦୌଡିଜାଇ ପ୍ରେମଆବେଦନ କରୁଛି ଗୋଟେ ଗାଉଁଳିଆ ମଳିମୁଣ୍ଡିଆ ପିଲାକୁ | କଣ କରିବେ କିଛିଭାବି
ପାରୁନାହାନ୍ତି, ତଥାପି ଦରୱାନ କୁ ଡାକି ଧକ୍କାମାରି ବିଦାକରିଦେଲେ ପ୍ରଦୀପ୍ କୁ | ଏହାଦେଖି
ଜ୍ୟୋତି ପ୍ରତିବାଦ କରିଛି କିନ୍ତୁ କିଛି ଲାଭ ହେଇନି | ଆରେ କି ବିଚିତ୍ର ଚିତ୍ର, ପ୍ରେମ ଉପରେ
ନିର୍ଯ୍ୟାତନା, କଣ ପ୍ରେମ କେବେ କୌଣସି ଜାଗା ରେ ସାର୍ଥକ ହେଇନି, ଗୋଲାପ ଫୁଲର କଣ୍ଟା ପରି
ପ୍ରତି ପ୍ରେମରେ ବାଧା, ଧନ, ଜନ, ବଂଶ ଆଭିଯାତ୍ୟ ଆଗରେ ପ୍ରେମକୁ ହାର ମାନିବାକୁ ପଡେ, ପ୍ରେମ
କଣ କେବେ ନ୍ୟାୟ ପାଇବନି, କଣ ସେ ପାଇବ ସବୁବେଳେ ପ୍ରତାରଣା? ଜ୍ୟୋତି ତରବର ହୋଇ ପ୍ରଦୀପ୍
ଦେଇଥିବା ଉପହାର ଟିକୁ ଖୋଲିଛି, କିଛିଖଣ୍ଡ କାଗଜ ଆଉ ପ୍ରଦୀପ ର ହାତଲେଖା, ସେ ଏକା ନିଶ୍ୱାସରେ
ପଢିବା ଆରମ୍ଭ କରିଲା ଚିଠିକୁ;
“ ସ୍ନେହର ଜ୍ୟୋତି, ମୁଁ ମୋମନର ଯେଉଁ ଟିକକ କଥା କହିବି
କହିବି ବୋଲି ଭାବୁଥିଲି ଆଜି ତାହା ଏଇଥିରେ ଲେଖିଦେଇଛି | ମୁଁ ଏକ ଗରିବ ପରିବାରର ପୁଅ, ମୋରି
ପରିବାର କହିଲେ ମୁଁ ଆଉ ମୋରି ମା | ମୁଁ ପଙ୍କରେ ପଦ୍ମ ଫୁଟିଲା ପରି ଜନ୍ମନେଇଛି ଏ ପରିବାରରେ
କିନ୍ତୁ ପିଲାଟି ଦିନରୁ ଅଭାବ ଅସୁବିଧାରେ ବଢି ଏ ପର୍ଯ୍ୟନ୍ତ ପହଞ୍ଚିଛି |ମୋ ପଢିବାରେ ଆଗ୍ରହ
ଦେଖି ନିଜେ ନ ଖାଇ ନପିଇ ମୋ ପଢାରେ ସବୁ ବିନିଯୋଗ କରିଦିଏ, ଦିନରାତି କଠିନ ପରିଶ୍ରମ କରି କେବଳ
ମୋରି ଚିନ୍ତାରେ ତା ଦିନ କଟିଯାଏ | ଏହି କଲେଜ ରେ ଜଏନ୍ କରିବା ପାଇଁ ମୋ ପାଖରେ ଥିଲା ବହୁତ
ଅଭାବ ତଥାପି ମୋ ମା ମୋତେ ଟିକେ ବି ନିରାଶ କରିନାହିଁ | ମୋ ମାଁ ମୋ ପାଇଁ ଜିବନ, ମୁଁ କେବଳ ଏ
ଦୁନିଆ ରେ ମୋ ମାଁ କୁ ହିଁ ଭଲପାଉଥିଲି | ହଠାତ ଏ କଲେଜ ରେ ତୁମ ସଂସ୍ପର୍ଶ ରେ ଆସିଲି, ତମ ସହ
ବନ୍ଧୁତା ସୃଷ୍ଟିହେଲା | ତମେ ମୋତେ କେତେ ଭଲ ପାଅ ମୁଁ ଜାଣିଛି | ଏମିତିକି ତମ ସ୍ନେହ ଭଲପାଇବା
ଏତେ ମାତ୍ରାରେ ଅଜାଡି ଦେଇଛ ଯେ ମୁଁ ମୋ ଜିବନ ଦେଇ ଭଲ ପାଉଥିବା ମାଁ ର ସ୍ନେହ ମମତାରେ ତୁମକୁ
ବି ଭାଗିଦାର କରିସାରିଛି | ମୁଁ ତମକୁ ଜିବନ ଦେଇ ଭଲପାଏ ଜ୍ୟୋତି, ତୁମ ବିନା ମୋ ଜିବନରେ ଗୋଟିଏ
ବି ମୁହୁର୍ତ ଶାନ୍ତି ନାହିଁ | ମୁଁ ତମକୁ ମୋ ମନ ଭିତରର କଥା କହିବା ପାଇଁ ବହୁତ ଥର ଚେଷ୍ଟା କରିଛି,
ହେଲେ ତମ ବଂଶ ଆଭିଯାତ୍ୟ ଆଗରେ ମୋ ସାହାସ ଭାଙ୍ଗି ଯାଇଛି | ମୁଁ ତମକୁ ବହୁତ୍ ଭଲପାଏ, ତୁମକୁ
ଦେଖିବା ପୁର୍ବରୁ ମୁଁ କେବଳ ମୋ ମାଁ ପାଇଁ ହିଁ ବଞ୍ଚିଥିଲି | କିନ୍ତୁ ତୁମକୁ ଦେଖିବା ଦିନଠୁ
ମୋ ବଞ୍ଚିବାର, ମୋ ଜିବନ ର ସଜ୍ଞା ବଦଳି ଯାଇଥିଲା | କିନ୍ତୁ କାଲି ହଠାତ ଘରକୁ ଫେରି ଦେଖିଲି
ରୋଗ ପିଡାରେ ପଡିଥିବା ମୋର ଜିବନର ଅମୂଲ୍ୟ ସମ୍ପଦ ମୋ ଜିବନ ର ସେହି ଖିଣ ଆଲୋକ ଲିଭି ଯଇଥିଲା,
ମୋ ମାଁ ମୋତେ ପୁଣି ଏକା କରିଦେଇ ଏ ଦୁନିଆ ଛାଡି ଚାଲି ଯାଇଥିଲା | ମୁଁ ଭାଙ୍ଗିପଡିଲି, ମୋର
ଦୁଇ ଆଖି ହଠାତ୍ ଅନ୍ଧ ହୋଇଗଲା ପରି ଲାଗିଲା, ମୁଁ ବଞ୍ଚି ଥାଉ ଥାଉ ମୃତବତ୍ ହୋଇଗଲି | ମନ
ଭିତରେ ଖାଲି ଗୋଟେ ପ୍ରଶ୍ନ ଆସୁଥାଏ, ଯିଏ ମୋ ପାଇଁ ତାର ଜିବନ ଉତ୍ସର୍ଗ କରିଦେଲା ମୁଁ ତା ପାଇଁ
କିଛି କରିପାରିଲିନି, ଗୋଟେ ପୁଅ ହେଇ ମାଁ ପାଇଁ କିଛି କରିପାରିଲିନି, ଦୁଃଖ କୋହ ଆଇ ଅବଶୋସ ମୋ
ମନକୁ ତଳିତଳାନ୍ତ କରିବାରେ ଲାଗିଥାଏ | କିନ୍ତୁ ତମ କଥା ମନକୁ ଆସିବାରୁ ମନକୁ ଦୃଢ କରିଲି |
କିନ୍ତୁ ମୋ ବିବେକ କହୁଥାଏ ଆଜି ନିଶ୍ଚୟ ଏମିତି ଏକ ଘଟଣା ଘଟିବ, ତୁମ ବଂଶ ଆଭିଯାତ୍ୟ ଆଗରେ ଆମ
ପ୍ରେମ ଫିକା ପଡିଯିବ, ତେଣୁ ତୁମକୁ ଶେଷଥର ପାଇଁ ଦେଖିବ୍ବାକୁ ଆସିଥିଲି | କାରଣା ମୁଁ ଜାଣିଛି
ଆମର ଏ ପ୍ରେମକୁ ଆଜିର ଏ ଅନ୍ଧ ସମାଜ କେବେବି ସ୍ୱୀକୃତି ଦବନି | ତେଣୁ ତୁମକୁ ମୋ ଅନୁରୋଧ
ପ୍ରିୟା, ମୁଁ ଚାଲି ଯାଉଛି, କିନ୍ତୁ ତମେ ମୋତେ ଭୁଲି ଅନ୍ୟ ସହ ଘର ସଂସାର କରିବ, ମୋତେ
ଖୋଜିବାକୁ ଚେଷ୍ଟା କରିବନି, ହୁଏତ ତମେ ଏ ଚିଠି ପଢିବା ବେଳକୁ ମୁଁ ଆଉ ଏ ଦୁନିଆରେ ନଥିବି| ମାଁ
ର ମର ଶରିରକୁ ନିଆ ଦେଇ ଆସିଲା ପରେ ମୋର ବଞ୍ଚିବାର ଅଧା ଆଗ୍ରହ ଚାଲି ଯାଇଥିଲା, ଆଉ ଯେଉଁ ଟିକକ
ଥିଲା ତମକୁ ନେଇ ତାକୁ ଏ ଦୁନିଆ କେବେ ସାକାର କରିବନି | ବଞ୍ଚିବାର ଯୋଉ ଦୁଇଟି ଆଶାଥିଲା, ସେଥି
ମଧ୍ୟରୁ ଗୋଟିକୁ ମୁଁ କାଲି ହରେଇଛି ଆଉ ଗୋଟେ ଆଜି ହରେଇଦେଲି | ମାଁ ତ ଚାଲି ଯାଇଛି, ଆଉ ତମ ସହ
ମିଶିବା ଏ ଜନ୍ମରେ ସମ୍ଭବ ନାହିଁ | ମାଁ ବିନା ବଞ୍ଚି ପାରିବିନି, ଆଉ ତମକୁ ଜିବନରେ ପାଇ
ପାରିବିନି | ତା ଛଡା ଜ୍ୟୋତି ବିନା ପ୍ରଦୀପ ର କୌଣଷି ମୂଲ୍ୟ ନାହିଁ | ତେଣୁ ତୁମ ବିନା ମୋ
ଜିବନ ନିରର୍ଥକ , ଯେଉଁଠି ହୃଦୟରୁ ପ୍ରାଣ ଚାଲିଯାଏ ସେଠି ମୃତବତ୍ ବଞ୍ଚି ରହିବାର ଲାଭ କଣ |
ପୁଣି ଗୋଟେ ଗରିବ ଘରେ ଜନ୍ମ ହୋଇ ଏ ଦୁନିଆ ସହ ତାଳ ଦେଇ ଚାଲିବା କେତେଯେ କଷ୍ଟ ମୁ ନିଜେ ଅନୁଭବ
କରି ସାରିଛି, ଆଉ ଏ ବଂଶ ଆଭିଯାତ୍ୟ ଧନ ଲୋଭି ସମାଜ ସହ ଘାତ ପ୍ରତିଘାତ କରିବା ପାଇଁ ମୋ ପାଖରେ
ସାହାସ ଅଛି ନା ମୋ ଜିବନ ଶକ୍ତିକୁ ହରେଇ ଦେଲା ପରେ ଲଢିବା ପାଇଁ ସକ୍ଷ୍ୟମ | ଆଜି ଏ ଦୁନିଆ ରେ
ପ୍ରେମ ଆଉ ଆଭିଯାତ୍ୟ, ଧନ ଆଉ ମନ ଭିତରେ ଯେଉଁ ଲଢେଇ ଚାଲିଛି, ମୁଁ ସେଥିରେ ହାରି ଯଇଛି | ତେଣୁ
ବଞ୍ଚିବାର ଆଶାକୁ ଦୁରେଇ ମରଣକୁ ଆପଣେଇ ନେଇଛି | ରହିଲି ପ୍ରିୟା, ମୁଁ କ୍ଷ୍ୟମାର ଯୋଗ୍ୟ ବି
ନୁହଁ | ମୋ କଲମର କାଳି ବି ସରିବାକୁ ଲାଗିଲାଣି... ଖୁସି ରେ ରହିବ....”
ଚିଠି ପଢା ସରିଲା ବେଳକୁ ଜ୍ୟୋତିର ଆଖିରୁ ଲୁହ ନଦୀର
ବନ୍ୟା ପରି ବହି ଚାଲିଥାଏ | ଜ୍ୟୋତି ପୁରା ଜଡ ହୋଇ ଯାଇଥାଏ | କିଛି ସମୟ ପରେ ପ୍ରକୃତିସ୍ଥ ହୋଇ
ଦୌଡି ଚାଲିଲା ବାହାରକୁ | କିନ୍ତୁ ଗେଟ୍ ପାଖରେ ଯାଇ ସ୍ଥିର ହୋଇଗଲା, ତା ପାଦ ଆଉ ଆଗକୁ
ବଢିଲାନି, ତା ପାଦ ତଳର ମାଟି ଖସିପଡିଥିଲା, ମୂଣ୍ଡ ଉପରର ଆକାଶ ଛିଡି ପଡିଲା ପରି ଲାଗିଲା, ତାର
ମନର ମଣିଷ, ହୃଦୟର ପ୍ରିୟତମ, ସପନର ସୌଦାଗର, ବଞ୍ଚିବାର ଆଶା ଆଉ ଭରଷା ନିଜ ଜିବନ ତ୍ୟାଗ କରି
ତାରି ଗେଟ୍ ସାମନା ରେ ଲୋଟି ପଡିଛି | ତା ମନରେ କେବଳ ଗୋଟିଏ ଭାବନା ଆସିଲା, ପ୍ରଦିପ ବିନା
ଜ୍ୟୋତି ର ଜିବନ କଣ, ସେ ପ୍ରକୃତିସ୍ଥ ହେବା ଆଗରୁ ଅନ୍ୟ ହାତରେ ଥିବା ସେହି ଛୁରି, ଯୋଉଥିରେ
କିଛି ସମୟ ଆଗରୁ ତା ଜନ୍ମଦିନର ଆଉ ନୁଆ ଖୁଶି ର କେକ କାଟୁଥିଲା, ସେଥିରେ ତାର ଏ ଅଣନିଶ୍ୱାସି
ଆଉ ଅସମ୍ପୁର୍ଣ ଜିବନର ରେଖାକୁ ଲିଭେଇଦେଲା | ସେ ତା ଜିବଙ୍କୁ ସମର୍ପି ଦେଲା ପ୍ରଦୀପର ମରଶରିର
ଉପରେ | ପ୍ରେମ ପାଇଁ ଦୁଇଟି ନିଷ୍ପାପ ଜିବନର ଅନ୍ତ ଘଟିଲା | ଏବଂ ସେ ଦୁଇଟି ଶରିର ଉପରେ
ଲୋଟିପଡି ଆନୁତାପ କରୁଥିଲେ ବିଘ୍ନରାଜ ବାବୁ |
କଣ ଏଠି ପ୍ରେମର ପରାଜୟ ହୋଇଛି ? ନା ପ୍ରେମର ବିଜୟ
ଘଟିଛି | କୌଣଷି ବଂଶ ଧନ ଆଭିଯାତ୍ୟ ପ୍ରେମକୁ ପରାଜୟ କରିପାରେନି | ବରଂ ନିଜେ ସବୁକିଛି ହରେ
ଅନୁତାପର ଅଶୃ ରେ ଜଳିବାକୁ ପଡେ | ପ୍ରେମର ସବୁବେଳେ ବିଜୟ ହୁଏ | ପ୍ରେମର କେହି କିଛି କ୍ଷତି
କରିପାରିବନି ଏ ଧନ ଲୋଭି ରାକ୍ଷାସ ଗଣ |
ମୋର ଏତିକି ଅନୁରୋଧ, ହେ ଧନଲୋଭୀ ରାକ୍ଷାସ ଗଣ, ପ୍ରେମକୁ
କେବେ ପ୍ରତାରଣା କରନି, ପ୍ରେମକୁ କେବେ ଧନ ବଂଶ ଆଭିଯାତ୍ୟ ର ନିକିତିରେ ତଉଲିବାକୁ ଚେଷ୍ଟା
କରନି | ହାରିଯିବ | ଏହିପରି ହାରିଯିବା ପରେ ଅନୁତାପ କରିଲା ବେଳକୁ କେତେ ଜିବନର ଅନ୍ତ ଘଟିବ,
ତେଣୁ ପ୍ରମକୁ ସମ୍ମାନ ଦେଇ ଶିଖ | କାରଣ “ପ୍ରେମ ସାଶ୍ୱତ, ପ୍ରେମ ଅମର”...
Comments
Post a Comment