ନିଦ ହଜିଯିବାର ବେଳ...


ସମୟ ଘଡିରେ ସମୟ ବର୍ତମାନ ୧୨ ଟା ବାଜିଲାଣି | ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଗରମ ଦାଉରୁ ଛାତ ଉପରେ ଖଟିଆ ପକେଇ ଏପଟ ସେପଟ ହୋଇ ଶୋଇବାକୁ ଚେଷ୍ଟା କରୁଛି ସମୟ | ଆକାଶର ଜହ୍ନ ଠିକ୍ ମୁଣ୍ଡ ଉପରେ | ଖରାଦିନର ନିର୍ମଳ ଆକାଶର ତୋଫା ଜହ୍ନ, ଏହି ସମୟର ପରିସ୍ଥିତି ସମୟର ନିଦ ଚୋରାଇ ନେଇଛି | ହଜିଯାଇଛି ତା ନିଦ ସ୍ୱପ୍ନର ଭାବନା ବୁକୁରେ | ଖୋଜିବାକୁ ଚେଷ୍ଟା କରିବି ପାଇ ପାରୁନି ସମୟ | ସମୟ ଗଡି ଚାଲିଛି, ନିଦ ଆହୁରି ଗଭିରତା କୁ ହଜିଯାଉଛି | କେତେ ଚେଷ୍ଟା କରିବି ପାଇପାରୁନି ସମୟ | କେବଳ ଏପଟ ସେପଟ ହୋଇ ଆଖି ବନ୍ଦ କରି ପଡିରହିଛି | ହଜିଯାଇଥିବା ନିଦକୁ ପାଇଜିବାର ମିଛ ଅଭିନୟ କରୁଛି | ଯେତେବେଳେ ଆଖି ଖୋଲିଦଉଛି ଏବଂ ଧପ୍ କିନା ଦେଖି ଦଉଛି ସେ ନିର୍ମଳ ଆକାଶର ତୋଫା ଜହ୍ନ, ସିନେମାର ଫ୍ଳାସବ୍ୟାକ ପରି ମନେପଡିଯାଉଛି ତା ପୁରୁଣା ଇତିହାସ ସବୁ, ଯାହାକୁ କି ସମୟ ସମୟର କରାଳ ଗତିରେ ଭୁଲିବାକୁ ଚେଷ୍ଟା କରିବି ପାରୁନି ବରଂ ସେ ଅତିତ ର ବାସ୍ତବ କୁ ହଜାଇବାକୁ ଚେଷ୍ଟା କରି ହଜେଇ ବସୁଛି ବର୍ତମାନର ନିଦକୁ | ଏମିତି ସମୟରେ ଯେତେ ଚେଷ୍ଟା କଲେ ବି ରୋକି ପାରେନି ସେହି ଅତିତ ଇତିହାସ ର କରୁଣ ଆଳାପ | ଗୋଟି ଗୋଟି କରି ମନେ ପଡି ଯାଉଛି ସମୟ ର ଗତି ରେ ଘଟିଯାଇଥିବା ସମୟର ଇତିହାସ ସବୁ | ସେହି କଲେଜ କଥା, ମନର ମାନସି ସୀମା କଥା ଯିଏକି ସମୟର ଅସୀମ ସୀମା ଭିତରକୁ ଚାଲି ଆସିଥିଲା ସୀମାହିନ ସୀମା ହୋଇ |

            ସେଦିନ ଥାଏ +୩ ଦ୍ୱୀତିୟ ବର୍ଷର ପ୍ରଥମ କ୍ଳାସ , ତା ପୁଣି ଶାନ୍ତି ମାଡାମଙ୍କର, ଯିଏ ସମୟ ର ଟିକେ ଏପଟ ସେପଟ ହେଲେ ଅଶାନ୍ତି ସୃଷ୍ଟି କରିବାର ମୁଖ୍ୟ ନାୟିକା ସାଜନ୍ତି | ସେଦିନ କିନ୍ତୁ ସମୟର ସମୟରେ ବିଳମ୍ବ ହୋଇ ଯାଇଥାଏ, ତେଣୁ ଶାନ୍ତି ମାଡାମ ଙ୍କ ଅଶାନ୍ତ କୋପରୁ ବଞ୍ଚିବା ପାଇଁ ବିଭାଗର ବାରଣ୍ଡା ଉପରେ ନିଜର ପଦଗତି କୁ ଖୀପ୍ର କରିଦେଇଥାଏ | ଆଉ ପହଞ୍ଚିବାକୁ ମାତ୍ର ଦଶ ବାର ପହଣ୍ଡ ଥିବ ହଠାତ୍ ସମୟର ସିମା ଭିତରକୁ ଚାଲି ଆସିଲା ଜଣେ ଅପରିଚିତା ଝିଅ | ସିଏବି ସମୟ ପରି ଟିକେ ଚଞ୍ଚଳ ଥିଲା | ବିଭାଗକୁ ନୁଆ କରି ଆସିଛି ପ୍ରଥମ ବର୍ଷରେ ଜୋଏନ୍ କରି, କୋଉଠି କ୍ଳାସ କିଛି ଜାଣିନି, ରୁମ୍ ଖୋଜି ଖୋଜି ଆସି ଧକ୍କା ଦେଲା ସମୟ ଦେହରେ | ଠିକ ସେତିକି ବେଳେ ଦୃତ ବ୍ରେକ କସିଲା ଭଳି ଖୀପ୍ର ଗତିରେ ଆଗକୁ ବଢୁଥିବା ସମୟ ର ପାଦ ସ୍ଥିର ହୋଇଗଲା |ସମୟ ସିମାକୁ ଦେଖି ଆଗକୁ ବଢି ପାରିଲାନି | ମନ ତାର ଚଳଚଞ୍ଚଳ ହୋଇ ଉଠିଲା, ଶୁପ୍ତ ଥିବା ପ୍ରେମପକ୍ଷିର ଡେଣା କାହିଁକି ଉଡିବାରେ ଲାଗିଲା | ସିଏ ଜେମିତି କୋଉ ଯୁଗରୁ ଖୋଜୁଥିବା ମନର ମଣିଶ କୁ ହଠାତ୍ ପାଇଗଲା | ଧିରେ ଧିରେ ପରିଚୟ ବଢିଲା, ସେମନଙ୍କର ସମ୍ପର୍କର ସିମା ବି ବଢିବାକୁ ଲାଗିଲା | ସମୟର ନିଶ୍ଚିନ୍ତ ଗତିରେ ସମୟ ଆଉ ସିମାର ବନ୍ଧୁତା ବଢି ଚାଲିଲା | ଏହି ବନ୍ଧୁତା ଦିନେ ବନ୍ଧୁତାର ସିମା ଅତିକ୍ରମ କରି ପ୍ରେମର ପାହାଚ ଚଢିବା ଆରମ୍ଭ କରିଥିଲା | ଧିରେ ଧିରେ ଉଭୟଙ୍କର ଏ ସମ୍ପର୍କ ପ୍ରେମର ଚରମ ସିମା ରେ ପହଞ୍ଚି ଯାଇଥିଲା | ଦୁହେଁ ଦୁହିଁ ଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ | ଏମିତି ସମୟ ଗତି ରେ ସମୟ ର +୩ ସରିଯାଇଥିଲା, ତଥାପି ସେ ସିମା ପାଇଁ ସେହି ମହାବିଦ୍ୟାଳୟରେ ହିଁ ସ୍ନାତ୍ତକୋତର ରେ ଜୋଏନ୍ କରିଲା | ପ୍ରେମ ଧିରେ ଧିରେ ବଢିବାକୁ ଲାଗିଲା, ପ୍ରେମର ସିମା ଦୁହେଁ ବଢେଇ ଚାଲିଥିଲେ | ସେମାନଙ୍କର ସ୍ୱଛ ପ୍ରେମ ପାଇଁ ସବୁ ପ୍ରେମିକ ପ୍ରେମିକାଙ୍କ ଆଦର୍ଶ ପାଲଟି ଯାଇଥିଲେ ସେ ଦୁହେଁ |

କିନ୍ତୁ ଯେମିତି ସଂସାର ର ନିୟମ ସୁଖ ପରେ ଦୁଃଖ ଏବଁ ଦୁଃଖ ପରେ ସୁଖ, ଠିକ ସେମିତି ତାଙ୍କ ପ୍ରେମର ସାଗରରେ ହଠାତ୍ ଅମାବାସ୍ୟା ର ଅନ୍ଧାରର ଭଟ୍ଟା ଚାଲିଆସିଲା | ସ୍ନାତକ ସରିଗଲା ପରେ ସିମା ଚାଲିଗଲା ଦୁରକୁ ଉଚ୍ଚଶିକ୍ଷା କରିବା ପାଇଁ | କିନ୍ତୁ ସମୟ ସମୟର ବାସ୍ତବତା ମଧ୍ୟରେ ଅଟକିଗଲା | ସିମା ଚାଲିଗଲା ଦୁରକୁ...ଦୁରକୁ...ବହୁ ଦୁରକୁ | ସମୟର ସିମାକୁ ଡେଇଁ ଚାଲିଗଲା ଥରେ ପଛକୁ ବି ଚାହିଁଲା ନାହିଁ | ଭାବିଲାନି ଥରେ ବି ସମୟର ପୁରୁଣା ସମୟ କଥା | କିନ୍ତୁ ସମୟ ସିମାର ସିମା ଭିତରୁ ନିଜକୁ ମୁକୁଳେଇ ପାରିଲା ନାହିଁ | ନିଜର ହୃଦୟକୁ ସେ ସମର୍ପି ଦେଇଥିଲା ସିମାର ହୃଦୟ ନିକଟରେ | ସିମା ଠୁ ଦୁରେଇ ଯାଇ ହଠାତ୍ ମୃତବତ୍ ହୋଇ ଯାଇଥିଲା ସମୟ | ନିଜ ହୃଦୟ ର ସାଗର ଠାରୁ ଗଭୀର ଏବଂ ଆକାଶ ଠାରୁ ଅସିମ ଥିବା ପ୍ରେମ ପାଇଁ ପାଇଥିବା ପ୍ରତାରଣ ର କୋହ ଅସରାଏ ଲୁହ ହୋଇ ବହିଗଲା ଆଖି କୋଣରୁ| ରୋକିପାରିଲାନି ସେହି ଲୁହକୁ | ହଠାତ୍ ଜୋଉ ସମୟ ସମୟର ଘଡିରେ ଅତୀତର ଇତିହାସକୁ ପର୍ଯ୍ୟାବଲୋକନ କରୁଥିଲା ଫେରିଆସିଲା ବର୍ତମାନର  ବାସ୍ତବତାକୁ | ସେହି ଇତିହାସକୁ ଭୁଲିଜିବାକୁ ଚେଷ୍ଟାକରି ଆଖି ଖୋଲିଲା | ଦେଖିଲା ଜହ୍ନ ଜୋଇଠି ଥିଲା ଥିକ୍ ସେଇଠି ଅଛି | ଭାବିଲା ନିମିଷକ ମଧ୍ୟରେ ପ୍ରେମର ପୁରୁଣା ଇତିହାସ ମନର କୋହକୁ ଅସରାଏ ଲୁହରେ ବଦଳେଇ ଚାଲିଗାଲା |

ପୁଣି ହଜି ଯାଇଥିବା ନିଦକୁ ଖୋଜିବାରେ ଲାଗିଲା | ନିର୍ଜନ ନିସ୍ତବ୍ଦ ରାତ୍ରୀର ଥଣ୍ଡା ପବନର ସୁଁ ସୁଁ ଶବ୍ଦ ପୁଣି ସେ ଇତିହାସକୁ ଓଲଟାଇବାକୁ ଚେଷ୍ଟା କରୁଥିଲା | କିନ୍ତୁ ସମୟ ସମୟକୁ ନିଜ ଅଧିନରେ ରଖି ନିଦ ଖୋଜିବାକୁ ଚେଷ୍ଟାକଲା |  ଯେତେ ଚେଷ୍ଟା କଲେବି ପାଇପାରେନି ସେ ନିଦକୁ | ହଠାତ୍ ପବନ ର ସୁଁ ସୁଁ ଗର୍ଜନରେ ଇତିହାସର କବର ତଳୁ ଉଠିଆସିଲା ସେହି ମୃତ ଅତିତର ଜିବିତ ସ୍ମୃତି ସବୁ | ସିମା ସମୟର ସିମା ମଧ୍ୟରୁ ଚାଲିଗଲା ପରେ ବହୁତ୍ ଖୋଜିଛି କିନ୍ତୁ ପାଇନାହିଁ | ଯେତେ ଜାହା ହେଲେ ବି ତାର ସ୍ୱଛ ପ୍ରେମଉପରେ ଭରସା ଥିଲା, ଦିନେ ନା ଦିନେ ତା ପ୍ରେମକୁ ସେ ନିଶ୍ଚେ ଫେରିପାଇବ | ତେଣୁ ପ୍ରେମର ପ୍ରତିଶୃତି ଆଉ ସ୍ମୃତି ସବୁକୁ ସାଇତି ରଖିଥିଲା | ଇତିମଧ୍ୟରେ ସମୟ ସେ ସହର ଛାଡି ଚାଲିଯାଇଥିଲା କର୍ମମୟ ଜିବନକୁ ଆପଣେଇବା ପାଇଁ ଏବଁ କର୍ମମୟ ଜିବନରେ ଭଲ ସାଙ୍ଗଟିଏ ବି ମିଳି ଜାଇଥାଏ, ଆକାଶ | ସିମାର ପ୍ରେମକୁ ଭୁଲିନପାରିଲେ ମଧ୍ୟ ଆକାଶ ର ବନ୍ଧୁତାରେ କିଛି ହସଖୁସିରେ ସମୟ କଟୁଥାଏ | ଦିନେ ଆକାଶ ତା ଘରକୁ ଆମନ୍ତ୍ରିତ କରିଥିଲା ସମୟକୁ ରାତ୍ରି ଭୋଜନ ପାଇଁ | ଯେତେ ଯାହା ହେଲେ ମଧ୍ୟ ପ୍ରିୟ ସାଙ୍ଗର ଆମନ୍ତ୍ରଣ କୁ ଏଡାଇ ପାରିଲା ନାହିଁ ସମୟ | ତେଣୁ ସେଦିନ ଯାଇ ପହଞ୍ଚିଲା ଆକାଶର ଘରେ ପୁର୍ବ ନିର୍ଧାରିତ ସମୟରେ | କବାଟ ବନ୍ଦଥିବା ଦେଖି ଦି ଥର ଠକ୍ ଠକ୍ କରିଲା ସମୟ | ଭିତରୁ ଗୋଟେ ନାରୀ ର କଣ୍ଠସ୍ୱର ଶୁଣାଗଲା, ଯୋଉଟାକି ସମୟକୁ ଚିହ୍ନାଚିହ୍ନା ଲାଗିଲା | ହଠାତ୍ ସିମା କଥ ମନେ ପଡିଗଲା , ଯେମିତିକି ଲାଗିଲା ସିମାର କଣ୍ଠସ୍ୱର | ବହୁଦିନ ବିତିଗଲେ ବି ମନର ସେ କ୍ଷୁଦ୍ର କୋଣରେ ଆଜିବି ବିଶ୍ୱାସ ଅଛି ଯେ ହୁଏତ ସିମା ଫେରିଆସିବ ତାର ଏ ସମୟ ପାଖକୁ , ତାଙ୍କ ପ୍ରେମର ସାଗରରେ ପୁଣିଥରେ ପୁର୍ଣତାର ଜହ୍ନ ଉଇଁବ, ପୁଣିଥରେ ପୁର୍ଣିମାର ଜୁଆର ଆସିବ | ହଠାତ ଭାବନାର ନିର୍ଜନତାକୁ ଭାଙ୍ଗିଦେଲା କବାଟ ଖୋଲିବାର ଶବ୍ଦ | ସମୟ ଭିତରକୁ ଯିବାକୁ ଗୋଡ ବଢାଇବା ବେଳେ ହଠାତ୍ ସ୍ତବ୍ଦ ହୋଇଗଲା | ଯେଉଂ ପାଦକୁ ଆଗକୁ ବଢାଇଥିଲା ଫେରିଆସିଲା, ତାର ପାଦତଳର ଭୁଇଁ ଖସି ପଡିଲା ପରି ଲାଗିଲା, ମୁଣ୍ଡ ଉପରେ ଆକାଶ ଛିଡିପଡିଲା ପରି ଲାଗିଲା, ତାର ଭାବନାରେ ପୂର୍ଣଛେଦ ପଡିଗଲା ଏବଁ ତାର ବିଶାଳ ହୃଉଦୟରେ ଯେଉଁ ଟିକକ ବିଶ୍ୱାଷ ଓ ଭରସା ହଜିଜାଇଥିବା ପ୍ରେମ ପାଇଁ ପ୍ରଜ୍ୱଳିତ ହେଉଥିଲା ଅଦିନିଆ ଝଡବର୍ଷା ଆସି ଧୋଇନେଲା ପରି ଲିଭିଗଲା | ପ୍ରେମ ଉପରୁ ବିଶ୍ୱାଷ ତୁଟିଗଲା, ଜିବନ ଉପରୁ ଆଶା ହରେଇ ବସିଲା | କାରଣ ଯେଉଂ ନାରୀ ହାତରେ ଶଙ୍ଖା ମଥାରେ ସିନ୍ଦୁର ପିନ୍ଧି ତା ଆଗରେ ବର୍ତମାନ ଆବିର୍ଭାବ, ସେ ଆଉ କେହି ନୁହଁ, ସମୟର ଆଶା ଭରଷାର ଏକ ମାତ୍ର ସନ୍ତକ, ବଞ୍ଛିବାର ଏକମାତ୍ର ସାହାରା ପ୍ରେମର ଏକମାତ୍ର ବିଶ୍ୱାଷ ତାର ମନର ସୌଦାଗର ସେହି ପ୍ରେମର ପୁରୁଣା ସ୍ମୃତି ମନରାଇଜ ର ରାଜକୁମାରୀ ହୃଦୟର ସାଇତା ସପନ ତାର ପ୍ରିୟା ପ୍ରେମିକା ନାୟିକା “ସିମା” | ଯାହାକୁ ପାଇବାର ଆଶାନେଇ ମିଛଖୁସିର ଅଭିନୟକରି ଆଜି ଜାଏଁ ବଞ୍ଚିଥିଲା, ତାକୁ ଅନ୍ୟର ସ୍ତ୍ରୀ ରୂପରେ ଦେଖି ହୃଦୟରେ ଯେଉଁ କୋହଥିଲା କ୍ରୋଧର ଅଭିମାନରେ ଆଖିର ଲୁହ ହୋଇ ବହିଗଲା | ଫେରିଆସିଲା ନିଜ ରୁମ୍ କୁ, ମନର ସାଇତା ନିଆରେ ଯାଳିବାକୁ ଲାଗିଲା ପୁରୁଣା ପ୍ରେମର ସ୍ମୃତି ସନ୍ତକ ସବୁକୁ | ଜୀବନ ଉପରେ ଏତେ କ୍ରୋଧ ଅଭିମାନ ଆସିଯାଇଥିଲା ଯେ ଜାଳୁଜାଳୁ ଜାଳିଦେଲା ସବୁକିଛି, ସେଥିମଧ୍ୟରେ ହୁଏତ ସେ ଜାଳିଦେଇଛି ତାର ଏକ ମୂଲ୍ୟବାନ ସମ୍ପଦ | ଆଜି ଜାଏଁ ଖୋଜିପାରୁନି ସେ ନିଦକୁ | ଠିକ୍ ଏତିକି ବେଳେ ନିର୍ମଳ ଆକାଶରେ ମେଘ ଆସି ବିଜୁଳି ଓ ଘଡଘଡି  ରେ ସମୟକୁ ଫେରାଇ ଆଣିଲା ତାର ଇତିହାସର କବରତଳର ସ୍ମୃତିରୁ ବାସ୍ତବତା କୁ |

ସେହିଦିନ ଠାରୁ ଆଜିଜାଏଁ ସମୟ ଖୋଜିଚାଲିଛି ତା ନିଦକୁ, ସେ ଯେତେ ଗଭୀରକୁ ଖୋଜେ ସେତେ ଗଭୀରକୁ ହଜିଜାଏ ତା ନିଦ | ନିର୍ଜନ ନିସ୍ତବ୍ଦ ରାତିରେ ସମସ୍ତେ କର୍ମମୟ ଜିବନର କ୍ଳେଶ ମେଣ୍ଟାଇବାକୁ ନିଦକୁ ଖୋଜି ଶୋଇଯିବା ସମୟରେ ସମୟର ନିଦ ହଜିଜାଏ | ଖୋଜି ଖୋଜି ନୟାନ୍ତ  ହୋଇଜାଏ କିନ୍ତୁ ପାଏନି | ସେହିଦିନ ଠାରୁ ସମସ୍ତଙ୍କ ପାଇଁ ରାତ୍ରୀର ଶୋଇବା ବେଳ ଆସିଗଲେ ନିରବତାରେ ସମୟ ପାଇଁ ଆସିଜାଏ ନିଦ ହଜିଯିବାର ବେଳ | ହଜିଯାଏ ନିଦ, ଖୋଜୁଥାଏ ରାତିସାରା | ଖୋଜୁଖୋଜୁ ଏମିତି ରାସ୍ତାରେ ମିଶିଯାଏ ପୁରୁଣା ଇତିହାସର କବର ତଳର ଅଭୁଲା ସ୍ମୃତି ସବୁ | ଏମିତିରେ ସକାଳ ହୋଇଯାଏ | ପୁଣି କର୍ମମୟ ଜୀବନରେ ବ୍ୟସ୍ତ ହୋଇଯାଏ ଏବଂ ପୁଣି ରାତ୍ରୀ ର ନିର୍ଜନତାରେ ତାପାଇଁ ଆସିଯାଏ ସେହି ନିଦ ହଜିଯିବାର ବେଳ...

Comments

Popular posts from this blog

Why I should not vote for Modi, question to all Modi haters

Are we not running behind the fabricated dreams forgetting the root level concerns????

Secure Your Future: Live a Financial Stress Free Life