ହଠାତ
କଟକଟ ହୋଇ ସୁପର୍ଣ ଜଙ୍ଗଲ ର ଗଛ ଗୁଡାକ ତଳେ ପଡିଗଲା | ପ୍ରୁଥିବି ନିଦରୁ ଉଠି ଦେଖିଲା ତା ଛାତି
ଗୋତେ ପଟରୁ ଚିରି ହୋଇ ଜାଉଛି | ତା ଉପରେ ଥିବା ତାର ସବୁ ସ୍ବର୍ଣ ସମ୍ପଦ ଗୁଡିକୁ କେହି ଜଣେ
ଧ୍ବନ୍ସ କରି ଚଲିଛି | ସିଏ ନିଜକୁ ବଞ୍ଚାଇବାକୁ ଚେସ୍ଟା କରିଲା ବହୁତ ହେଲେ ପାରିଲାନି | ତା
ଶରିର ଚରିପଟରୁ କ୍ଷତ ବିକ୍ଷତ ହୋଇଜାଇଛି | ସିଏ ନିରୁପାୟ, କାହାକୁ କହିବ , ୟାକୁ କହିବ ନା
ତାକୁ କହିବ ? ଅଣ୍ନିଶ୍ବାସି ହୋଇ ଏପଟ ସେପଟ ଦଉଡୁଥାଏ | ସମସ୍ତେ ତାର ପ୍ରକ୍ରୁତିକ ରୁପକୁ ନୁଜର
କ୍ରୁତ୍ରିମ ଲାଳସା ପୁରଣ କରିବା ପାଇଁ କ୍ଷ୍ତାତାକ୍ତ କରି ଚାଲିଛନ୍ତି | ତା କଥାକୁ କେହି ସୁଣି
ପାରୁଛି ନା ଦୟା କରୁଛି | ସିଏ ନିରୁପାୟ ନିଶହାୟ ପଂଗୁ ପରି କେବଳ ଚିତ୍କାର କରୁଛି....
ମୋତେ
ବଞ୍ଚାଅ.... ମୋତେ ବଞ୍ଚାଅ....
ତାର
ଏ ନିଶହାୟ ଆର୍ତନାଦ କୁ ଥଟ୍ଟା କରି ଏ ମଣିଷ ସମାଜ ଉତ୍ତର ଦଉଛି, ହେ ପ୍ରୁଥିବି ତୁ କାହିଁ
ଚିନ୍ତା କରୁଛୁ, ତୁ କାହିଁ ଏତେ ଦୁଃଖି, ଆମେ ତ ତୋତେ ଆମ କ୍ରୁତ୍ରିମ ଶକ୍ତି ଆଉ ସବୁଠାରୁ
ଗ୍ୟାନି ବିବେକ ଲଗେଇ ଶକ୍ତିଶାଳି, ସୁନ୍ଦର କରୁଛୁ | ଆଜି ତୋ ଶରିର ର ଶାଖା ପ୍ରଶାଖା କାଟୁଛୁ,
ଏଠି ବଡ କାରଖାନା ହେବ | କାରଖାନା ରୁ ଆସିବା ଟଙ୍କାରେ ଆଣ୍ବିକ ପାରମାଣବିକ ଅସ୍ତ୍ର ସସ୍ତ୍ର
ତିଆରିହେବ, ଆଉ ବାକି ଟଙ୍କାରେ ରାଜନେତା ମାନଙ୍କ ପାଇଁ ଆକାଶଶୁମ୍ଭି ବିଳାଶମୟ ଅଟ୍ଟାଳିକା
ତିଆରି ହେବ, ତେଣୁ ସରକାର ଏବଂ ରାଜନେତା ମାନଙ୍କର ଏଥିରେ କିଛି ଆପତ୍ତି ନାହିଂ | ତୋତେ ସଫା
କରିବା ପାଇଁ ସବୁସ୍ତରରୁ ଅନୁମତ୍ତି ମିଳିସାରିଛି | ତେଣୁ ତୋ ଚିତ୍କାର ର କିଛି ମୂଲ୍ୟ ନାହିଁ |
ମୁଁ ଏମିତି ଧିରେ ଧିରେ ସଫା କରି ଚାଲିଛି ଏବଂ ମୋ ପୂଞ୍ଜି ବଢାଇ ଚାଲିବି | ମୋତେ କେହି ଅଟକେଇ
ପାରିବେ ନାହିଁ | ମୁଁ ଏ ପ୍ରୁଥିବି ର ମାଲିକ, ମୋର କେହି କିଛି କରି ପାରିବେ ନାହିଁ, ମୁଁ ପୁରା
ପ୍ରୁଥିବି କୁ ସଫା କରିଦେବି |
ପ୍ରୁଥିବି
ତା ବିଦାରିତ ଛାତିକୁ ଦେଖି ଦୁଃଖରେ କହୁଛି, ହେ ଜିବିତ ନରରୂପୀ ରାକ୍ଷ୍ୟାଷ ତୁ ନିଜେ
ଭୁଲିଜାଇଛୁ, ତୁ ମୋତେ ସଫା କରୁନୁ ବରଂ ତୋ ନିଜ
ମରଣ ରାସ୍ତାକୁ ସଫା କରୁଛୁ | ଯଦି ଗଛ କାଟିବୁ ବର୍ସା ଜଳ ମିଳିବ କୋଉଠୁ, ଚାଶ କରିବୁ କେମିତି,
ଫସଲ ପାଇବୁ କୋଉଠୁ, ଖାଇବୁ କଣ , ଅମ୍ଳଜାନ ମିଳିବ ମିଲିବ କୋଉଠୁ | ଶେଶରେ ବଞ୍ଚିବୁ କେମିତି ?
ହେ ନର ରୂପୀ ରାକ୍ଷ୍ୟାସ ଏବେତ ସୁଧୁରିଜା | ହିମାଳୟ ର ବରଫ ତରଳିଲାଣି, ଆଣ୍ଟାର୍କାଟିକା ରେ
ଓଜନ ସ୍ତରରେ ରନ୍ଧ୍ର ସ୍ରୁଶ୍ଟି ହେଲାଣି, ଅକାଳ୍ ମରୁଡି ର ଶିକାର ହୋଇଛୁ, ଅଦିନିଆ ବର୍ଷା
ହେବାରେ ଲାଗିଲାଣି, ପାଣିପାଗର ଗତି ବଦଳିଲାଣି | ଏତିକିରୁ ବି ତୁ ତୋ ଭବିଷ୍ୟତ ର ଆଭାସ
ପାଇପାରୁନୁ ? ଅନ୍ତତ୍ଃ ଏବେଠୁ ସଜାଗ ରହ ହୁଏତ କିଛି ଦିନ ଅଧିକ ବଞ୍ଚିଜିବୁ | ଏ ସବୁ
କୃତ୍ରିମତା ରୁ କଣ ମିଳିବ ? ମୁଁ ତୋତେ ଅନୁରୋଧ କରୁଛି ନିଜକୁ ବଞ୍ଚାଅ, ଏ ସମଜ କୁ ବଞ୍ଚାଅ,
ନିଜ ଭବିଶ୍ୟତ କୁ ବଞ୍ଚାଅ,
ମୋତେ
ବଞ୍ଚାଅ.... ମୋତେ ବଞ୍ଚାଅ....
ପ୍ରୁଥିବି
ର ଏତେ ସବୁ କଥା ଶୁଣିଲା ପରେ ବି ଏ ନରରୂପୀ ରାକ୍ଷାସ ଅଟ୍ଟହାସ୍ୟ କରି ନିଜ ମରଣ ରାସ୍ତା ସଫା
କରି ଚାଲିଲା | ପୃଥିବିର ସେହି ଆର୍ତନାଦ , ବିଳାଶମୟ ଅଟ୍ଟାଳିକାର କୃତ୍ରିମ ହସ, କଳକାରଖାନାର
ଘଡ ଘଡ ଶବ୍ଦ ଭିତରେ ହଜିଗଲା, ଆଉ ଶୁଭିଲାନି ଏ ଧ୍ବନ୍ସକାରି ସମାଜକୁ | ଆଣ୍ବିକ ଅସ୍ତ୍ର
ସସ୍ତ୍ର, ପ୍ରଦୂଷଣ, ବିଳାଷମୟ ଉପକରଣ ରୁ ନିର୍ଗତ ଗ୍ୟାସ ରେ ପୃଥିବିର ଶରିର, ତାର ପ୍ରକୃତିକ
ଆଭୁଶଣ କୁ ତଳିତଳାନ୍ତ କରିଦେଲାଣି | ତାର ପାରିପାର୍ଶ୍ବ ଏତେ ପ୍ରଦୁଷଣ ହୋଇଗଲା ଜେ ବିଷାକ୍ତ
ହେବାରେ ଲାଗିଲା | ପୃଥିବି ବି ଚିତ୍କାର କରିକରି ଶାନ୍ତ ହେଇଗଲା | ସେ କେବଳ ତା ସମୟକୁ ଅପେକ୍ଷା
କରି ବସିଲା |
ହଁ
ପୃଥିବି ର ଶେଶ ଚିନ୍ତା ଏକ୍ଅଦମ୍ ଠିକ୍ ଥିଲା | ଧିରେ ଧିରେ ତାର ଦିନ ଆସିଲା | ହିମାଳୟ ଏବଂ
ଆଣ୍ଟାର୍କାଟିକା ର ବରଫ ପ୍ରବଳ ବେଗରେ ତରଳିବାକୁ ଲାଗିଲା, ବିଷାକ୍ତ ବାଷ୍ଫରେ ଭୂପୃଷ୍ଠ ର ଉଶ୍ମତା ସିମା ଅତିକ୍ରମ କରି ବଢିବାରେ ଲାଗିଲା, ଅକାଳ
ମରୁଡି ପଦିଲା, ସୁନାମି ଭଲି ବନ୍ୟା ବାତ୍ୟା ଆସିଲା , ଆବ୍ଶ୍ୟକ ବର୍ଷା ହେବା ବନ୍ଦ ହେଇଗଲା,
ଯାହା ବି ହେଲା ଅମ୍ଳ ବର୍ଷା, ଉଷ୍ମତା ଯୋଗୁଂ ପୃଉଥିବିର ଅନ୍ତଃସ୍ତର ଫାଟିବାରେ ଲାଗିଲା, ଯଦ୍ୱାରା
ପ୍ରଚଣ୍ଡ ଘନତାର ଭୂକମ୍ପ ହେବାରେ ଲାଗିଲା | ଯେଉଂ ଏକ ଭାଗ ସ୍ଥଳ ଥିଲା ତାହା ବି ଜଳ ଆକ୍ରମଣ ରେ
ଜଳାଶୟ ହୋଇଗଲା | ଅଚାନକ ବିଭିନ୍ନଅ ଦୂରାରୋଗ୍ୟ ର ଆବିଷ୍କାର ସମାଜକୁ ଦୁର୍ବଳ କରିଦେଲା |
ଦିନକୁ ଦିନ ଏ ପୃଥିବି ଅଧିକୃତ ସମାଜରୁ ନରରାକ୍ଷାସଙ୍କ ସଙ୍ଖ୍ୟା କମିବାରେ ଲାଗିଲା | ବିଳାଶମୟ
ଅଟ୍ଟାଳିକା ଛାଡି ଚର୍ଚ, ଗୀର୍ଜା, ମନ୍ଦିରରେ ନିଜ ନିଜ ଜିବନ ର ଭିକ ମାଗିବାରେ ଲାଗିଲେ | କଣ
ଆଉ ହେବ ଚାରିପଟୁ ଜଳସ୍ତର ମାଡି ଆସିଲା ଭୂପୃଷ୍ଠ ଉପରକୁ, ସମସ୍ତେ ଭାସିଗଲେ ପୃଥିବିର ପ୍ରଚଣ୍ଡ
ପ୍ରଳୟରେ, ନଭଶ୍ଚୁମ୍ଭି ଅଟ୍ଟାଳିକା, ବଡ ବଡ କାରଖାନା, ସବୁ ଆଣବିକ ଅସ୍ତ୍ର ସସ୍ତ୍ର ଛୋଟ ଛୋଟ
କୀଟପରି ଭାସିବାରେ ଲାଗିଲେ | ସାରା ପୃଥିବିରେ ହା ହା କାର ଛାଇଗଲା | କେବଳ ଶୁଣା ଜାଉଥିଲା
ଉତ୍ତ୍ୟକ୍ତ ପୃଥିବିର ଅଟ୍ଟହାସ୍ୟ, ବିଜୁଳିର ଚଡ ଚଡ, ସ୍ସୁନାମିର ସୂ ସୂ, ଭୂକମ୍ପ ର ଘଡ ଘଡ
ଶବ୍ଦ | ସେହି ଅଟ୍ଟହାସ୍ୟ ମଧ୍ୟରୁ ଫୁଟି ଆସୁଥିଲା କୀଟ ରୂପୀ ନର ରାକ୍ଷାସ ମାନଙ୍କ ବିକଳ
ଆର୍ତ୍ତନାଦ:
ମୋତେ
ବଞ୍ଚାଅ.... ମୋତେ ବଞ୍ଚାଅ.... ମୋତେ ବଞ୍ଚାଅ.......
Comments
Post a Comment