ତଥାପି କାହିଁକି ମୁଁ ଏମିତି ଜଳୁଛି...
ଆଜି କାଲି କାହିଁକି କେଜାଣି ମୋତେ କିଛି ଭଲ ଲାଗୁନି
ଗ୍ରିଶ୍ମ ର ପ୍ରଚଣ୍ଡ ରଶ୍ମି ବି ଗରମ ଦେଇପାରୁନି
କାଳ ବଈଶାଖି ର ଝଡ ଝଞ୍ଜା ବି ମୋତେ ଦୋହଲେଇ ପାରୁନି
ଦିନର ଦିବାଲୋକରେ ବି ଅନ୍ଧର ଦେଖା ଯାଉଛି
ରାତିର ଚନ୍ଦ୍ରାଲୋକ ମୋତେ ଆହୁରି ଅନ୍ଧାରକୁ ଟାଣି ନଉଛି
ଆଖିର ଲୁହକୁ ନିଜେ ମୁଁ ପୋଛିପାରୁନି
କି ଚାହିଁ ବି ସେ ଲୁହକୁ ରୋକି ପାରୁନି
ପାଦକାଢି ଚାଲିବାକୁ ଚେଷ୍ଟାକରି ବି ମୁଁ ଚାଲି ପାରୁନି
ନିଜ ଗୋଡରେ ଚାହିଁ ବି ନିଜେ ଠିଆ ହୋଇ ପାରୁନି
ଅଦିନିଆ ବର୍ଷା ରେ ଭିଜିଲେ ବି ମୁଁ ଜାଣି ପାରୁନି
ଆଉ ପ୍ରଚଣ୍ଡ ଖରାରେ ସିଝିଲେ ବି ମୁଁ ଜାଣି ପାରୁନି
କେଜାଣି କାହିଁକି ମୁଁ ଆଇ ମୁଁ ହୋଇ ରହିପାରୁନି
ମୋ ମନ ଆଉ ମୋ କଥା ମାନୁନି
ତାକୁ ପ୍ରିୟା ମୋର ନୁଆ ରାସ୍ତାରେ ଚାଲିବା ଶିଖେଇଛି
ସିଏ ପା ହେଇଯାଇଛି ଆଜି ତା ଆଜ୍ଞାଧିନ
ଆଜି କିନ୍ତୁ ସେ ଅଜଣା ରାସ୍ତାରେ ଏକା ମୋର ମନ
ଜାଣି ବି ପାରୁନି ତା ନିଜ ଦୋଶ କଣ
ଗ୍ରିଶ୍ମ ବର୍ଷା ଶିତ କାକର
ବର୍ଷା ତାଣ୍ଡବ ର ଝୁର୍ ଝୁର୍ ଶବ୍ଦ
ବସନ୍ତ କାଳ ବଈଶାଖି ର ହୁଙ୍କାର
ବିଜୁଳି ର ଟହ ଟହ ଆଲୁଅ
ଘଡଘଡି ର ଘଡ୍ ଘଡ୍ ଶବ୍ଦ
ସମୁଦ୍ର ଲହରି ର ସୁ ସୁ ଗର୍ଜନ
ପାରୁନାହି ମନ ମୋର ଅନୁଭବ କରି
ସେ ଖାଲି ଖୋଜି ଚାଲିଛି ହଜେଇଦେଇଥିବା
ବସନ୍ତ କୋଇଲିର କୁହୁ କୁହୁ ତାନ
କୃଷ୍ଣଚୁଡା ର ସୁନ୍ଦର ରଙ୍ଗ
ଗୋଲାପର ସୁମଧୁର ପ୍ରେମ
ଗଙ୍ଗସିଉଳି ର ସତେଜ ବାସ୍ନା
ପଳାସ ବନ ର ସୁସଜ୍ଜିତ ସେଜ
ଆଇ ଛାଡି ଚାଲି ଯାଇଥିବା ପ୍ରେମିକା କୁ ନିଜ
ଲାଗୁଛି ସତେ ଯେମିତି ତା ମନ
କଜି ଯାଇଛି ଦୁର ଦିଗ୍ ବଳୟରେ
ଆକାଶ ପୃଥିବି ର ମିଳନ ଯାଗାରେ
ଖୋଜି ପାରୁନି ନିଜକୁ
ଯେତେ ଖୋଜୁଛି ଚାଲି ଯାଉଛି
ଦୁରକୁ ଦୁରକୁ ଆହୁରି ଦୁରକୁ
ଖାଲି ଚିତ୍କାର କରୁଛି
କହିଦିଅ ପ୍ରିୟା ମୋର ଭୁଲ୍ କଣ ଅଛି
ଜିବନ ଠୁ ବି ଅଧିକ ଭଲ ପାଉଥିଲି
ତଥାପି କାହିଁକି ମୁଁ ଏମିତି ଜଳୁଛି...
Comments
Post a Comment