ମୋ ପ୍ରିୟା ଏମିତି...


ଆଇନା ରେ ସବୁଥାଏ କିଛି ମିଳେନା
ଜହ୍ନ ରାତି ଆସେ ପୁଣି ଜହ୍ନ ଆସେନା
ମୋ ପ୍ରିୟା ଏମିତି, ଜହ୍ନ ଦିଶେ ଜେମିତି
ଆସି ସିନା ଚାଲିଜାଏ ଧରା ଦିଏନା
ସାଗର ଯେ ଦେଖାଜାଏ ପାଣି ମିଳେନା
ନଦୀ ଆସି ବହିଜାଏ ଶୋଷ ମେଣ୍ଟେନା
ମୋ ପ୍ରିୟା ଏମିତି, ମରିଚିକା ଯେମିତି
ପାଖେ ଥାଏ ହାତ ପାଏ ହେଲେ ଛୁଇଁ ହୁଏନା
ପ୍ରଜାପତି ଉଡିଜାଏ ଧରା ଦିଅଏନା
ନିଜ ଛାଇ ପାଖେଥାଇ ଧରି ହୁଏନା
ମୋ ପ୍ରିୟା ଏମିତି ପ୍ରଜାପତି ଯେମିତି
ପାଖେ ପାଖେ ବୁଲୁଥାଏ ଜମା ଧରି ହୁଏନା

Comments

Popular posts from this blog

Secure Your Future: Live a Financial Stress Free Life

Why I should not vote for Modi, question to all Modi haters

The Alchemist: My Favourite Quotes